କାକଟପୁର: ଇତିହାସ ରଚିଲା ପୁରୀ ଜିଲ୍ଲାର କାକଟପୁର ଓ ଅସ୍ତରଙ୍ଗ ବ୍ଲକ। ବିଜେଡି ଗଡକୁ ଜୋର ଜବରଦସ୍ତ ଧସେଇ ପଶିଲେ ବିରୋଧୀ। କଂଗ୍ରେସ ହାତରେ କାକଟପୁର ବ୍ଲକ ଅଧ୍ୟକ୍ଷ ପଦ ରହିଛି। ଏଠାରେ କଂଗ୍ରେସ ନେତା ଶ୍ରୀଧର ନାୟକ ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଆଜି ଏନେଇ ବ୍ଲକ ପରିସରରେ ଏକ ଭିନ୍ନ ପରିବେଶ ଦେଖା ଦେଇଥିଲା। ଅନେକ ଛକାପଞ୍ଝା ପରେ ଶେଷରେ ଏହି ପଦ କଂଗ୍ରେସ ହାତକୁ ଚାଲି ଯାଇଛି।

ଅନ୍ୟପକ୍ଷରେ ଅସ୍ତରଙ୍ଗ ବ୍ଲକରେ ଏହି ପଦ ଅସନ୍ତୁଷ୍ଟ ବିଜେଡି ହାତକୁ ଯାଇଛି। ଅର୍ଥାତ କଂଗ୍ରେସ, ବିଜେପି ଓ ଅସନ୍ତୁଷ୍ଟ ବିଜେଡିକୁ ନେଇ ହୋଇଥିବା ମିଳିତ ମଞ୍ଚ ହାତରେ ରହିଛି ବ୍ଲକ ଅଧ୍ୟକ୍ଷ ପଦ। କୋରନା ସମିତି ସଭ୍ୟ ପ୍ରାର୍ଥୀନି ଆରତୀ ନାୟକ ବ୍ଲକ ଅଧ୍ୟକ୍ଷା ପଦ ଅଳଙ୍କୃତ କରିଛନ୍ତି। ବିଜେଡିର ଗଡ଼, ଦୀର୍ଘ ବର୍ଷ ଧରି ଏଠାରେ ରାଜ କରୁଥିବା ଶାସକ ବିଜେଡିକୁ ଏକ ବଡ ଝଟକା ଦେଇଛି।


























