Connect with us

Hi, what are you looking for?

ଜାତୀୟ

ବଢ଼ିଲାଣି ବିଦ୍ରୋହ, ଅଧକ୍ଷ ପଦ ଛାଡି ପାରନ୍ତି ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ସମ୍ପ୍ରତି ୫ ରାଜ୍ୟରେ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ଏବେ ଦଳ ପାଇଁ ଅଦିଆ ସୃଷ୍ଟି କରିଛି।  ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ ନେତୃତ୍ୱ ପରିବର୍ତ୍ତନକୁ ନେଇ ସ୍ୱର ଉଥିଲାଣି।  ସକ୍ରିୟ ହୋଇଛି ବିଦ୍ରୋହୀ ଗୋଷ୍ଠୀ ଜି 23।  ବିଧାନସଭା ନିର୍ବାଚନରେ କଂଗ୍ରସ ଧରାଶାୟୀ ହେବା ପରେ ଦଳର ବିଦ୍ରୋହୀ ଗୋଷ୍ଟୀ ଜି-୨୩ ନେତାଙ୍କ ମଧ୍ୟରେ ଶୁକ୍ରବାର ଏକ ବୈଠକ ବସିଥିଲା। ଏହି ବୈଠକରେ ଏଆଇସିସିର ସଭାପତି ନିର୍ବାଚନରେ ବିଳମ୍ବ ହେବା ଉଚିତ ନୁହଁ ବୋଲି ଆଲୋଚନା ହୋଇଥିଲା। ସେହିପରି ନିର୍ବାଚନରେ ଫଳାଫଳକୁ ନେଇ ଏଆଇସିସି ପକ୍ଷରୁ ସମୀକ୍ଷା ପାଇଁ ବୈଠକ ଡକାଯିବା ଉଚିତ୍ ବୋଲି ଆଲୋଚନା ହୋଇଥିଲ।
ଏହି ବୈଠକରେ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ବାସ ଭବନରେ ବସିଥିଲା। ଏଥିରେ କପିଲ ଶିବଲ, ମନିଶ ତିୱାରୀ, ଆନନ୍ଦ ଶର୍ମା ଏବଂ ଅଖିଲେଶ ପ୍ରସାଦଙ୍କ ସହ ଅନ୍ୟ ନେତାମାନେ ଯୋଗ ଦେଇଥିଲେ। ବୈଠକରେ ଦଳର ପରାଜ ପାଇଁ  ଯେଉଁ ନେତା ଦାୟୀ ସେମାନଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯିବ ପାଇଁ ଦାବି ହୋଇଥିଲା ।  ସୋନିଆ ଏଆଇସିସି ଅଧକ୍ଷ ପଦବୀ ନେଇ ଜୋର ଚର୍ଚ୍ଚା ହେଉଛି।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like