Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ନେଇ ବିଜେଡ଼ି ବିଜେପି ମୁହାମୁହଁ

ଭୁବନେଶ୍ୱର:    ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ନେଇ ବିଜେପି-ବିଜେଡି ମୁହାଁମୁହିଁ  । ବିଜେପି ରାଷ୍ଟୀୟ ମୁଖପାତ୍ର ସମ୍ବିତ ପାତ୍ର ରାଜ୍ୟ ସରକାରଙ୍କୁ ଘେରିବା ପରେ ରାଜନୀତି ଜୋର ଧରିଛି । ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦଳରୁ ବହିଷ୍କାର କରିବା ସହ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି କରିଛି ବିଜେପି । ବିଧାୟକଙ୍କ ଦବଙ୍ଗଗିରି ବାରମ୍ବାର ସାମନାକୁ ଆସୁଥିଲେ ହେଁ ବିଜେଡି ତାଙ୍କୁ କାହିଁକି ବହିଷ୍କାର କରିନାହିଁ ବୋଲି ପ୍ରଶ୍ନ କରିଛନ୍ତି ସମ୍ବିତ  ପାତ୍ର। ବାରମ୍ବାର ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିରୋଧରେ ସଂଗୀନ ମାମଲା ଆସୁଥିଲେ ବି ତାଙ୍କୁ ବିଜେଡି ପ୍ରଶ୍ରୟ ଦେଉଥିବା ଅଭିଯୋଗ କରିଛି ବିଜେପି । ପ୍ରତିବାଦରେ  ଆସନ୍ତାକାଲି  ରାଜ୍ୟରେ ସମସ୍ତ ସହରାଞ୍ଚଳ, ବ୍ଲକ ମୁଖ୍ୟାଳୟ ଏବଂ ଜିଲ୍ଲା ମୁଖ୍ୟାଳୟ ସାମ୍ନାରେ ମୁହଁରେ କଳା ପଟି ବାନ୍ଧି  ସତ୍ୟାଗ୍ରହ କରିବେ ବିଜେପି କର୍ମୀ ।

ବିଜେପିର ଅଭିଯୋଗ ଉପରେ ବିଜେଡି ରଖିଛି  ଜବାବ୍ । ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆଉ ବିଜେଡିରେ ନାହାନ୍ତି । ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଶସ୍ତା ରାଜନୀତି ନକରିବାକୁ ଦାବି କରିଛି ବିଜେଡି ।  ଉତ୍ତରପ୍ରଦେଶ ଲଖିମପୁର ଖେରୀ ଘଟଣାରେ ରାଜ୍ୟ ବିଜେପି କଣ କହିଥିଲା ତାହା ମନେ ପକାଇ ଦେଇଛନ୍ତି ବିଜେଡି ମୁଖପାତ୍ର । ପୂର୍ବରୁ ବିଧାୟକଙ୍କ ଆଚରଣ ପାଇଁ ବିଧାୟକ ଦଳରୁ ନିଲମ୍ବିତ ହୋଇଥିବା ସାଂସଦ ପିନାକୀ ମିଶ୍ର କହିଛନ୍ତି । ପ୍ରଶାନ୍ତଙ୍କୁ ଗତ ସେପ୍ଟେମ୍ବର ୯ ତାରିଖରେ ଦଳରୁ ନିଲମ୍ବନ କରାଯାଇଥିଲା । ଦଳର ସମ୍ବିଧାନ ଅନୁଯାୟୀ ୩ ମାସ ନିଲମ୍ବିତ ରହିଲେ ବହିଷ୍କାର ଧରାଯିବ ବୋଲି ପିନାକୀ କହିଛନ୍ତି । ସେପଟେ କଂଗ୍ରେସ ମଧ୍ୟ ଏହି ଘଟଣାରେ ଦୃଢ କାର୍ଯାନୁଷ୍ଠାନ ଦାବି କରିଛି ।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like