Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଛତିଗଡ଼ ସୀମାନ୍ତରେ ଲ୍ୟାଣ୍ଡମାଇନ ବିସ୍ପୋରଣ, ଜଣେ ମୃତ, ଜଣେ ଗୁରୁତର

ମାଲକାନଗିରି: ଛତିଶଗଡ଼ ସୀମାନ୍ତରେ ନାରାୟଣ ପୁର ଜିଲ୍ଲାରେ ଲ୍ୟାଣ୍ଡ ମାଇନ ବିସ୍ପୋରଣ। ଏଥିରେ ଜଣେ ଏଏସଆଇ ଶହୀଦ ହୋଇଥିବା ବେଳେ ଜଣେ ହେଡ କନେଷ୍ଟବଳ ଗୁରୁତର ହୋଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ନାରାୟଣପୁର ଜିଲ୍ଲା ସୋନପୁର ଥାନା ଅନ୍ତର୍ଗତ ଧଣ୍ଡରିବାଡା ଅଞ୍ଚଳରେ ରାସ୍ତା କାମ ଚାଲୁଥିବା ବେଳେ ଆଇଟିବିପିର ୫୩ ବାଟାଲିୟନର ଯବାନ ମାନେ  ସର୍ଚ୍ଚ ଅପରେସନ କରୁଥିଲେ। ଠିକ୍‌ ଏହି ସମୟରେ ମାଓବାଦୀଙ୍କ ଦ୍ୱାରା ପୁର୍ବରୁ ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଯେଉଁ ଥିରେ ରାଜେନ୍ଦ୍ର ସିଂ ନାମକ ଜଣେ ଏଏସଆଇ ଶହୀଦ ହୋଇଥିବା ବେଳେ ମହେଶ ନାମକ ଜଣେ ହେଡ କନେଷ୍ଟବଳ ଗୁରୁତ୍ୱର ହୋଇଛନ୍ତି । ଘଟଣାସ୍ଥଳକୁ ଡିଆରଜି ବାହିନୀର ଏକ ଟିମ ପଠାଯାଇଥିବା ବେଳେ ଆହତଙ୍କୁ ମେଡ଼ିକାଲ ଆଣିବାର ବ୍ୟବସ୍ଥା ଚାଲୁଥିବା ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like