Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଆସୁଛି ବାତ୍ୟା, ମାର୍ଚ୍ଚ ୨୩ରେ ଛୁଇଁପାରେ ଉପକୂଳ

ଭୁବନେଶ୍ୱର : ଆସୁଛି ବାତ୍ୟା। ମାର୍ଚ୍ଚ ୨୩ ତାରିଖରେ ଉପକୂଳ  ଛୁଇଁପାରେ।  ପାଣିପାଗ ବିଭଗ ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଲଘୁଚାପ। ମାର୍ଚ୍ଚ ୨୨ ତାରିଖରେ ଏହି ଲଘୁଚାପ ଘନିଭୂତ ହୋଇ ବାତ୍ୟାର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରିଛି ।   ଆସନ୍ତ 23 ତାରିଖରେ ଓଡିଶା ଠାରୁ ୨୦୦ କିଲୋମିଟର ଦୁରରେ   ବାଂଲାଦେଶ ଆଡ଼କୁ ମୁୁହାଁଇ ପାରେ।  ଓଡିଶା ଉପରେ ଏହା ବିଶେଷ  ପ୍ରାରଭା ପଡି ନପାରେ।

 

 

 

 

 

 

 

। ଏହା କେତେ ଘନୀଭୂତ ହେବ। ବାତ୍ୟା ରୂପ ନେବ କି ନାହିଁ, ସେ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। ତେବେ ପରିବେଶ ଅନୁକୂଳ ଥିବାରୁ ଏହା ବାତ୍ୟା ରୂପ ନେଇପାରେ। ଅନ୍ୟପକ୍ଷେ ଲଘୁଚାପଟି ବାରମ୍ବାର ଦିଗ ପରିବର୍ତ୍ତନ କରିବାର ସମ୍ଭାବନା ଥିବାରୁ ଏହା ଭାରତ କିମ୍ବା ଓଡ଼ିଶା ସ୍ପର୍ଶ କରିବ କି ନାହିଁ।ତାହା ଏବେ ଠାରୁ ଆକଳନ କରିବା କଷ୍ଟକର ବୋଲି କହିଛି ପାଣିପାଗ ବିଭାଗ।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like