Connect with us

Hi, what are you looking for?

Uncategorized

ସୋଆ ପ୍ରତିଷ୍ଠାତାଙ୍କ ମାତୃ ବିୟୋଗ, ବାସଭବନରେ ଶେଷ ଦର୍ଶନ କଲେ ବହୁ ବିଶିଷ୍ଟ ବ୍ୟକ୍ତି

ଭୁବନେଶ୍ୱର:  ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡଃ) ମନୋଜରଞ୍ଜନ ନାୟକଙ୍କ ମାତା ଶ୍ରୀମତୀ ସତ୍ୟଭାମା ନାୟକଙ୍କର ଗୁରୁବାର ଅପରାହ୍ନ ୧୨.୧୦ ମିନିଟ୍ ସମୟରେ ଏଠାରେ ବିୟୋଗ ଘଟିଛି । ଭୁବନେଶ୍ୱର ସ୍ଥିତ କଳିଙ୍ଗ ବିହାର ବାସଭବନରେ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି ସତ୍ୟଭାମା । ମୃତ୍ୟୁବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ସମସ୍ୟାରେ ପୀଡିତ ଥିଲେ ।
ସେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଫୁଲପାଟଣା (ବଲୁରିଆ) ଗ୍ରାମର ସ୍ୱର୍ଗତଃ ଦୈତାରୀ ନାୟକଙ୍କ ପତ୍ନୀ । ତାଙ୍କର ଛଅ ପୁଅ ଓ ତିନି ଝିଅ ଅଛନ୍ତି ।
ପ୍ରଫେସର ନାୟକ ତାଙ୍କର ଦ୍ୱିତୀୟ ପୁତ୍ର । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ୬ ପୁଅ ସରୋଜରଞ୍ଜନ, ମନୋଜରଞ୍ଜନ, ଅମୀୟରଞ୍ଜନ, ମିହିରରଞ୍ଜନ, ସମୀରରଞ୍ଜନ, ନୀହାରରଞ୍ଜନ ଏବଂ ଝିଅ ଆରତୀରଞ୍ଜନା, ଗାୟତ୍ରୀରଞ୍ଜନା, ଧରିତ୍ରୀରଞ୍ଜନା, ଦୁଇ ଜ୍ୱାଇଁ ପ୍ରଭାତ ରଞ୍ଜନ, ସମ୍ବିତ୍ ଏବଂ ୬ ପୁତ୍ରବଧୂ ଭାରତୀ, ଶାଶ୍ୱତୀ, ସୁଧାଂଶୁବାଳା, ଦୀପାଞ୍ଜଳି, ଲିଜାରାଣୀ, ମୈତ୍ରୀ ଶୁଭଲକ୍ଷ୍ମୀ ଏବଂ ନାତି ନାତୁଣୀମାନେ ଉପସ୍ଥିତ ଥିଲେ ।

ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ରେଜିଷ୍ଟ୍ରାର୍ ତଥା ପ୍ରୋ-ଚାନ୍‌ସେଲର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ପ୍ରୋ-ଚାନ୍‌ସେଲର ତଥା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଡିନ୍ ପ୍ରଫେସର ଗଙ୍ଗାଧର ସାହୁ, ମେଡିକାଲ୍ ସୁପରିଟେଣ୍ଡେନ୍‌ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ସୋଆର ବିଭିନ୍ନ ଅନୁଷ୍ଠାନର ଡିନ୍‌, ଆଇଟିଇଆରର ନିର୍ଦ୍ଦେଶକ ପ୍ରଫେସର ମାନଓ କୁମାର ମଲ୍ଲିକ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ବରିଷ୍ଠ କର୍ମକର୍ତା, ସମ୍ ଏବଂ ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତର ଏବଂ କର୍ମକର୍ତା, ସୁମାରିୟଲ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ୍‌ର ସିଇଓ ଶ୍ରୀ ସୁନୀଲ ଦାସ, ପ୍ରମେୟ ଏବଂ ନ୍ୟୁଜ୍‌୭ର ଗ୍ରୁପ୍ ଏଡିଟର୍ ଶ୍ରୀ ଗୋପାଳକୃଷ୍ଣ ମହାପାତ୍ର, ପ୍ରମେୟର ନ୍ୟୁଜ୍ ଏଡିଟର୍ ଶ୍ରୀ ଧୀରେନ୍ଦ୍ର ନାରାୟଣ ମିଶ୍ର, ପ୍ରମେୟ ଏବଂ ନ୍ୟୁଜ୍‌୭ ଗ୍ରୁପ୍‌ର ନିର୍ଦ୍ଦେଶକ (ସେଲ୍ସ ଆଣ୍ଡ ମାର୍କେଟିଙ୍ଗ) ଶ୍ରୀ ହିମାଂଶୁ ହୋତା, ନ୍ୟୁଜ୍‌୭ର ଏଡିଟର ଶ୍ରୀ ଦେବନାରାୟଣ ସେଠୀ ଓ ପ୍ରମେୟ ବ୍ୟୁରୋ ଚିଫ୍ ଶ୍ରୀ ଦେବେନ୍ଦ୍ର ସୁଆରଙ୍କ ସମତେ ସୋଆ ପରିବାରର ସଦସ୍ୟ ଏବଂ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ସ୍ୱର୍ଗତା ସତ୍ୟଭାମା ନାୟକଙ୍କ ଶେଷ ଦର୍ଶନ କରିଥିଲେ । ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷକୃତ ସମ୍ପନ୍ନ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like