Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ୱାର୍ଡ ନମ୍ବର ୨୩ରେ ହେଲା ଧର୍ମର ବିଜୟ, କାମ ଦେଲାନି ଗୁଣିଗାରେଡି

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ୱାର୍ଡ ୨୩। ଏଠାରୁ ପ୍ରାର୍ଥୀ ହୋଇଥିଲେ ପୂର୍ବତନ କର୍ପୋରେଟର ଦିଲ୍ଲୀପ ମାଝୀଙ୍କ ପତ୍ନୀ କିରଣଵାଳା ମାଖୀ। ୱାର୍ଡ 23 ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ ଦିଲ୍ଲୀପ ମାଝୀଙ୍କ ପତ୍ନୀ କିରଣଵାଳା ମାଝୀ ଙ୍କୁ ବିଜେଡି ଟିକେଟ ଦେଇଥିଲା। ହେଲେ ଦିଲ୍ଲୀପ ପତ୍ନୀଙ୍କ ପାଇଁ ଏଥର ପଥ କିନ୍ତୁ ସୁଗମ ନ ଥିଲା। କାରଣ ଦିଲ୍ଲୀପ ହରାଇବା ରଚାଯାଇଥିଲା ଚକ୍ରବ୍ୟୁହ। ଦଳରୁ ଟିକେଟ ପାଇବାକୁ ଆଶା ରଖିଥିବା କର୍ମୀ ଏବଂ ବିରୋଧୀ ରଚିଥିଲେ ଷଡ଼ଯନ୍ତ୍ର।

ଦିଲ୍ଲୀପଙ୍କ  ଜନସମର୍ଥନ ଦେଖି ଖାଲି ଯେ ହରାଇବା ପାଇଁ ଯୋଜନା କରିଥିଲେ ତାହା ନୁହେଁ ଅସତ ଉପାୟ ମଧ୍ୟ ଅପଣାଇଥିଲେ। ବିରୋଧୀ ସୋରଡା ଯାଇ ଗୁଣୀ ଗରେଡି କରିବା ସହିତ ଭୋଟ ଗ୍ରହଣ ପୂର୍ବରୁ ସବୁ ବୁଥ ଆଗରେ ମନ୍ତୁରା ଶୋରିଷ ବୁଣା ଯାଇଥିଲା । ହେଲେ ଏ ସବୁ କିଛି କାମ ଦେଇନଥିଲେ। ଦିଲ୍ଲୀପଙ୍କ ଜନ ସମର୍ଥନ , ୱାର୍ଡ ବାସୀଙ୍କ ପାଇଁ କରିଥିବା କାମ , ସାହାଯ୍ୟ ଓ ସହଯୋଗ ପାଇଁ ଦିଲ୍ଲୀପ ଦଳୀୟ କର୍ମୀଙ୍କ ଓ ବିରୋଧୀଙ୍କ ଷଡଯନ୍ତ୍ର ସତ୍ତ୍ୱେ ବିରୋଧୀ ପ୍ରାର୍ଥୀ ଙ୍କ ଠାରୁ ୩୬ ଭୋଟରେ ବିଜୟ ଲାଭ କରିଥିଲେ। ଦିଲ୍ଲୀପ ମାଝୀ ଙ୍କ ପତ୍ନୀ ୩୦୬୩ ଖଣ୍ତ ଭୋଟ ପାଇଥିବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ପ୍ରାର୍ଥୀ ୩୦୨୭ ଖଣ୍ତ ଭୋଟ ପାଇଛନ୍ତି। ତେଣୁ ଦିଲ୍ଲୀପ ମାଝୀ ଓ ତାଙ୍କ ପତ୍ନୀ କିରଣ ବାଳା ମାଝୀ ଙ୍କ କର୍ମ ଓ କଠିନ ପରିଶ୍ରମ ପାଇଁ ଏ ଚକ୍ରବ୍ୟୁହ କୁ ଭେଦ କରିଓଆରିଛନ୍ତି। ସେଥିପାଇଁ ୱାର୍ଡ ନମ୍ବର ୨୩ରେ ଧର୍ମର ବିଜୟ ହୋଇଛି ବୋଲି ପ୍ରତିଟି ଲୋକଙ୍କ ମୁହଁରେ ଚର୍ଚ୍ଚ ହେଉଛି ।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like