Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ବିଜେଡି ଦଖଲରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର

ଭୁବନେଶ୍ୱର: ତିନି ମହାନଗର ନିଗମକୁ ପୋଛି ନେଇଛି ବିଜେଡି ।ଭୁବନେଶ୍ବର, କଟକ ଓ ବ୍ରହ୍ମପୁର ମହାନଗରରେ ପୁଣି ଶଙ୍ଖନାଦ । ଭୁବନେଶ୍ବର, କଟକ ଓ ବ୍ରହ୍ମପୁର । ତିନିକୁ ତିନି ବିଜେଡି ମେୟର। ଭୁବନେଶ୍ବର ମହାନଗର ନିଗମରେ ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ, କଟକରେ ବିଜେଡି ମେୟର ପ୍ରାର୍ଥୀ ସୁବାଷ ସିଂହ, ବ୍ରହ୍ମପୁର ମହାନଗର ନିଗମରେ ବିଜେଡି ପ୍ରାର୍ଥୀ ସଂଘମିତ୍ରା ଦଳେଇ ବିଜୟୀ ହୋଇଛନ୍ତି । ତେବେ ଭୁବନେଶ୍ବର ଓ ବ୍ରହ୍ମପୁରରେ ବିଜେଡି ମେୟର ପ୍ରାର୍ଥୀଙ୍କୁ ବିଜେପି ପ୍ରାର୍ଥୀ କଡ଼ା ଟକ୍କର ଦେଇଥିବା ବେଳେ କଟକରେ ବିଜେଡିକୁ ଟକ୍କର ଦେଇଛନ୍ତି କଂଗ୍ରେସ ପ୍ରାର୍ଥୀ ।

ଭୁବନେଶ୍ବରରେ ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ବଡ଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ୬୧ ହଜାର ୧୪୩ ଭୋଟ୍‌ରେ ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡ୍‌ଙ୍କୁ ପରାସ୍ତ କରିଛନ୍ତି । ସେହିଭଳି ବ୍ରହ୍ମପୁରରେ ବିଜେଡି ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ସବିତା ସୁଆରଙ୍କୁ ପ୍ରାୟ ୨୦ହଜାର ଭୋଟରେ ହରାଇଛନ୍ତି । କଟକରେ ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂହ ବିଜୟୀ ହୋଇଥିବା  ବେଳେ ତାଙ୍କୁ କଡ଼ା ଟକ୍କର ଦେଇଛନ୍ତି କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରା ।

କଟକ ମହାନଗର ନିଗମର ମୋଟ୍ ୫୯ଟି ଓ୍ଵାର୍ଡରୁ ୩୮ଟି ଓ୍ଵାର୍ଡ ଦଖଲ କରିଛି ବିଜେଡି। ବହୁ ପଛରେ ରହି ଯାଇଥିବା କଂଗ୍ରେସ ୮ଟି ଏବଂ ବିଜେପି ୭ଟି ଓ୍ଵାର୍ଡରେ ଜିତିବାକୁ ସକ୍ଷମ ହୋଇଛନ୍ତି। ସ୍ଵାଧୀନ ଖାତାକୁ ଯାଇଛି ୬ଟି ଓ୍ଵାର୍ଡ। ସେହିପରି ମେୟର ନିର୍ବାଚନରେ ବିଜେଡି ପ୍ରାର୍ଥୀ ସୁବାସ ସିଂହ ୫୫୭୨୨ ଭୋଟ୍ ପାଇ ଆଗରେ ରହିଛନ୍ତି। ତାଙ୍କୁ ଆରମ୍ଭରୁ କଡା ଟକ୍କର ଦେଇଥିବା କଂଗ୍ରେସ ପ୍ରାର୍ଥୀ ଗିରିବାଳ ବେହେରା ୩୩୪୬୨ ଭୋଟ୍ ପାଇ ଦ୍ଵିତୀୟ ଏବଂ ବିଜେପି ପ୍ରାର୍ଥୀ ଶ୍ରୀତମ ଦାସ ୧୯୧୨୩ ଭୋଟ୍ ପାଇ ତୃତୀୟରେ ଅଛନ୍ତି।

 

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like