Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ପୁଣିବ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱର:   ଲଗାତର ୫ ଦିନ ଧରି  ବଢିବାରେ ଲାଗିଛି ତେଲଦର । ଆଜି ତେଲ ଦର ପୁଣି ବଢିଛି ।  ଲଗାତାର ୧୩୭ ଦିନ ଧରି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିବା ପରେ ପୁଣି ମାର୍ଚ୍ଚ ୨୨ ତାରିଖରୁ ମୂଲ୍ୟବୃଦ୍ଧି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ରବିବାର  ଦିନ ପେଟ୍ରୋଲ ୫୦ ପଇସା ଓ ଡିଜେଲ ଦର ବୃଦ୍ଧି ୫୫ ପଇସା ଲେଖାଏଁ ବଢ଼ିଛି। ଫଳରେ ୫ ଦିନରେ ଲିଟରପିଛା ଡିଜେଲ ୩ଟଙ୍କା ୯୯  ପଇସା ଓ ପେଟ୍ରୋଲ ଦର ୩ ଟଙ୍କା ୯୫ ପଇସା ପର୍ଯ୍ୟନ୍ତ  ମହଙ୍ଗା ହୋଇଛି। ଏହା ପୂର୍ବରୁ କେନ୍ଦ୍ର ସରକାର କେବଳ ଡିଜେଲ ବଲ୍କ ମୂଲ୍ୟରେ ଲିଟର ପିଛା ୨୫ ଟଙ୍କା ମହଙ୍ଗା କରିଥିଲେ।

କେଉଁ ଦିନ କେତେ ପଇସା ବଢିଛି ଦେଖନ୍ତୁ

ତାରିଖ      ଡିଜେଲ      ପେଟ୍ରୋଲ

୨୨             ୮୬           ୮୫

୨୩            ୮୫।         ୮୫

୨୫             ୮୫          ୮୬

୨୬।            ୮୪         ୮୫

୨୭             ୫୯          ୫୪

 

ମୂଲ୍ୟ ବୃଦ୍ଧି ପରେ ଓଡିଶାରେ ପେଟ୍ରୋଲ ଦର ୧୦୫ ଟଙ୍କା  ୭୨ ପଇସା ଥିବା ବେଳେ ଡିଜେଲ ୯୫ ଟଙ୍କା ୫୮ ପଇସା ରହିଛି । ସେହିପରି  ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦର ଶନିବାର ୯୯ଟଙ୍କା ୧୧ ପଇସା ଦରରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୯୦ଟଙ୍କା ୪୨ ପଇସା ଦରରେ ବିକ୍ରି ହେଉଛି। ସେପଟେ ମୁମ୍ବାଇରେ ପେଟ୍ରୋଲ ଲିଟରପିଛା ଦର ୧୧୩ଟଙ୍କା ୮୮ ପଇସାକୁ ପହଞ୍ଚିଥିବା ବେଳେ ଡିଜେଲ ୯୮ଟଙ୍କା ୧୩ ପଇସା ଦରରେ କାରବାର ହେଉଛି। କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୦୯ଟଙ୍କା ୬୨ ପଇସା ମୂଲ୍ୟରେ ବିକ୍ରି ହେଉଥିବା ବେଳେ ଡିଜେଲ ୯୪ ଟଙ୍କା ୫୭ ପଇସା ଦରରେ ବିକ୍ରି ହେଉଛି।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like