Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ହଟିବ କୋଭିଡ କଲର ଟ୍ୟୁନ

ନୂଆଦିଲ୍ଲୀ: ଆପଣଙ୍କୁ ସବୁବେଳେ ବିରକ୍ତ କରୁଥିବା ମ୍ୟୁଜିକ ଆଉ ଶୁଭିବ ନାହିଁ। ଏଣିକି ସିଧା ରିଙ୍ଗ ହେବ ଫୋନ। କୋଭିଡ ସଂକ୍ରାନ୍ତରେ ଥିବା ମ୍ୟୁଜିକ ଆଉ ଶୁଭିବ ନାହିଁ। ଗତ ଦୁଇ ବର୍ଷ ଧରି ସମସ୍ତଙ୍କ ଫୋନରେଏହି କଲର ଟ୍ୟୁନ ଖଞ୍ଜି ଦିଆଯାଇଛି। ଯାହାକି ଅନେକଙ୍କୁ ବିରକ୍ତ କରୁଛି। ଏବେ ଏଥିରେ ଲାଗିବ ରୋକ। ବର୍ତ୍ତମାନ ଫୋନ କରିବା ପୂର୍ବରୁ କରୋନା କଲର ଟ୍ୟୁନ ଶୁଣିବାକୁ ମିଳୁଛି ଯେଉଁଥିରେ ଅମିତାଭ ବଚ୍ଚନଙ୍କ ସ୍ୱରରେ କରୋନାରୁ ବର୍ତ୍ତିବା ପାଇଁ ପରାମର୍ଶ ଦିଆଯାଉଛି ।

କରୋନା ମହାମାରୀ ଦ୍ରୁତ ସଂକ୍ରମଣ ପରଠାରୁ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଫୋନରେ ଏହି କଲର ଟ୍ୟୁନ ଶୁଣିବାକୁ ମିଳୁଛି । ପ୍ରଥମେ ଏଥିରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ନେଇ କୁହାଯାଉଥିଲା ଏବଂ ଭାକ୍ସିନ ଆସିବା ପରେ ଭାକ୍ସିନ ନେବା ନେଇ ସୂଚନା ଦିଆଯାଉଛି । କିନ୍ତୁ ଏବେ ଏହା ଆଉ ଶୁଣିବାକୁ ପଡ଼ିବନି । ସୂଚନା ଅନୁଯାୟୀ ଟେଲିକମ ମନ୍ତ୍ରାଳୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖି ଏହାକୁ ବନ୍ଦ କରିବା ପାଇଁ ପରାମର୍ଶ ମାଗିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like