Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

କେମିତି ଧରାପଡିଲେ ଶର୍ମିଷ୍ଠା

ଭୁବନେଶ୍ୱର: କେମିତି ଓ କେଉଁଠୁ ଧରାପପଡିଲେ ଶର୍ମିଷ୍ଠା ଓ ସହଯୋଗୀ ଜୁନା ଭୋଇ। କ୍ରାଇମବ୍ରାଞ୍ଚ ତରଫରୁ ମିଳିଥିବା ସୂଚନା ମୁତାବକ ଉଭୟ କୋଲକାତାରୁ ଏକ ବସ ଯୋଗେ ଭଦ୍ରକ ଫେରୁଥିଲେ। ପୋଲିସ ଏହା ଜାଣିପାରିଥିଲା। ଠିକ ଭୋର ସାଢ଼େ ପାଞ୍ଚଟା ସମୟରେ ଭଦ୍ରକ ନଳାଙ୍ଗ ନିକଟରେ ବସ ଅଟକାଇ ଭିତରକୁ ଯାଇ ଉଭୟଙ୍କୁ ଉଠାଇ ଆଣିଥିଲା ପୋଲିସ। ଭଦ୍ରକ ତିହିଡି ପୋଲିସ ସହଯୋଗରେ ଏହା କରିଥିଲା କ୍ରାଇମବ୍ରାଞ୍ଚ ଟିମ। ପରେ ଉଭୟଙ୍କୁ ତିହିଡି ଥାନା ଆଣି ଜେରା କରାଯାଇଛି। ଉଭୟ ରାଜ୍ୟ ବାହାରେ ମାସାଧିକ ସମୟ କାଟିଛନ୍ତି। କୋଲକାତା ଓ ଗୌହାଟିରେ ସେ ଅଧିକ ସମୟ ବିତାଇଛନ୍ତି। ରେଳ ଷ୍ଟେସନରେ ରାତି ରାତି କାଟିଛନ୍ତି। ତେବେ କ୍ରାଇମବ୍ରାଞ୍ଚ ଟିମର ତନାଘନା ପରେ ସେମାନେ ନର୍ଭସ ହୋଇଯାଇଥିଲେ। ବାଧ୍ୟ ହୋଇ ଓଡିଶା ଫେରିବାକୁ ଚାହିଁ ଥିଲେ। ଏପରିକି ଲୁଚି ଭୁବନେଶ୍ୱର ପଳାଇ ଆସିବା ପାଇଁ ଯୋଜନା କରିଥିଲେ। ଶେଷରେ ସବୁ ଯୋଜନା ଫେଲ ମାରିଲା। ଏବେ 10 ଦିନିଆ ରିମାଣ୍ଡରେ ଆଣି ତାଙ୍କଠାରୁ ଅଧିକ ତଥ୍ୟ ସଂଗ୍ରହ କରିବ କ୍ରାଇମବ୍ରାଞ୍ଚ। ଏନେଇ ସୂଚନା ଦେଇଛନ୍ତି ଏଡିଜି ସଂଜୀବ ପଣ୍ଡା।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like