Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ସରିଲା ଲୁଚକାଳି ଖେଳ, ବନ୍ଧା ହେଲେ ଶର୍ମିଷ୍ଠା

ଭୁବନେଶ୍ୱର: ରାହସ୍ୟମୟୀ ୱେବ ଚାନେଲ ମାଳିକାଣି ତଥା ଦୟାଲ ଆଶ୍ରମ ମୁଖ୍ୟ ଶର୍ମିଷ୍ଠା ରାଉତ ଗିରଫ। କ୍ରାଇମବ୍ରାଞ୍ଚ ଟିମ ତାଙ୍କୁ ଗିରଫ କରିଛି। ଭଦ୍ରକରୁ ଗିରଫ ହୋଇଛନ୍ତି। ତାଙ୍କ ସହଯୋଗୀ ଝୁନା ଭୋଇ ମଧ୍ୟ ଗିରଫ ହୋଇଛନ୍ତି। ଉଭୟଙ୍କୁ କୋର୍ଟରେ ହାଜର କରାଯିବା ପରେ ତାଙ୍କୁ 10 ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିବ କ୍ରାଇମବ୍ରାଞ୍ଚ। ପୂର୍ବରୁ ଏହି ମାମଲାରେ 5 ଜଣ ଗିରଫ ହୋଇଛନ୍ତି।

ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଜେରା କରିବ ଟିମ । ପ୍ରାଇମ ଫୋକସରେ ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକ । ମାନସଙ୍କୁ ଅପହରଣଠାରୁ ହତ୍ୟା ଓ ପ୍ରମାଣ ନଷ୍ଟ ପର୍ଯ୍ୟନ୍ତ ନିରଞ୍ଜନ ପ୍ରତି ସମୟରେ ମୁଣ୍ଡ ଖେଳାଉଥିବା ସିଡିଆର ରିପୋର୍ଟରୁ ଜଣାପଡ଼ିଛି । ଚିପ୍‌ରେ କଣ ରହିଛି? ସର୍ଟ ଫିଲ୍ମ ଓ ପୁରୀ ସି-ବିଚ ସୁଟିଂର ସତ କଣ? ସେକଥା ନିରଞ୍ଜନ ହିଁ ଜାଣିଛନ୍ତି । ଏସବୁ ସତ ଖୋଜିବାକୁ ନିରଞ୍ଜନଙ୍କୁ ଖୁବଶୀଘ୍ର ରିମାଣ୍ଡରେ ଆଣି ଜେରା କରିପାରେ କ୍ରାଇମବ୍ରାଞ୍ଚ ।  ତେବେ ଗତକାଲି ଦୟାଲ ଆଶ୍ରମକୁ ସିଲ୍ କରିସାରିଛି କ୍ରାଇମବ୍ରାଞ୍ଚ ।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like