Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

କଂଗ୍ରେସ ବିଧାୟକଙ୍କୁ ଆସିଲା ରାହୁଲ ଗାନ୍ଧୀଙ୍କ ଡାକରା, ୯ରେ ଭାଟିବେ

ଭୁବନେଶ୍ୱର: ଆଗାମୀ ପିସିସି ସଭାପତି କିଏ ହେବେ। ଦିଲ୍ଲୀରେ ହେବ ନିଷ୍ପତ୍ତି।  ଏ ନେଇ ରାହୁଲ ଗାନ୍ଧୀଙ୍କ ଅଫିସରୁ  ବିଧାୟକ ଦିଲ୍ଲୀ ଆସିବାକୁ ଫୋନ କଲ ଆସିଛି। ଆସନ୍ତା ୯ତାରିଖରେ ଦିଲ୍ଲୀ ଆସିବାକୁ କୁହାଯାଇଛି।  ଏପଟେ ବିଧାୟକ ମାନେ ପ୍ରସ୍ତୁତ ହୋଇସାରିଛନ୍ତି ଦିଲ୍ଲୀ ଯିବାକୁ। ଦିଲ୍ଲୀ ଯାଇ ସିଧାସଳଖ ରାହୁଲ ଗାନ୍ଧୀଙ୍କ ଆଗରେ ପିସିସି ସଭାପତି ନେଇ ମତ ରଖିବା ସହ ତୃଣମୂଳ ସ୍ତରରୁ କେମିତି କଂଗ୍ରେସ ସଙ୍ଗଠନ ମଜବୁତ ହେବ ସେ ନେଇ ପ୍ରସ୍ତାବ ରଖିବେ। ଏପରିକି ରାହୁଲ ଗାନ୍ଧୀଙ୍କ ଆଗରେ ପିସିସି ସଭାପତି କିଏ ହେବେ ବିଧାୟକ ମାନେ  ତାଙ୍କ ନାମ ମଧ୍ୟ ପ୍ରକାଶ କରିବେ । ସେହି ବୈଠକ ରେ କିଏ  ପିସିସି ସଭାପତି ହେବ ନିଷ୍ପତି ହେବ।

କଂଗ୍ରେସ ଭାବନରେ  ଆଗାମୀ ପିସିସି  ଚୟନ ନେଇ ଦୁଇ ଦିନ ଧରି ମାନସମନ୍ଥନ ଚାଲିଥିଲା। ପିସିସି ସଭାପତି ତାଲିକା ଲମ୍ବା ହେବା ସହିତ  ଦ୍ଵନ୍ଦ ଉପୁଜିଲା। ଏପରିକି ଶରତ ପଟ୍ଟନାୟକ ପିସିସି ସଭାପତି ହେବ ନେଇ  ଚର୍ଚ୍ଚ ଜୋର ଧରିଲା। ଯାହାକୁ ନେଇ କଂଗ୍ରେସ ରେ ବିବାଦ ଉପୁଜିଲା। ଆଉ କଂଗ୍ରେସ ବିଧାୟକ ଦଳ ପାରୁ ନରସିଂହ ମିଶ୍ର ଏବଂ ମୁଖ୍ୟସଚେତକ ପଦରୁ  ତାରା ପ୍ରସାଦ ବାହିନୀପତି ଇସ୍ତଫା  ଦେଲେ ।ଏପରିକି ବିଧାୟକ ମାନେ ମଧ୍ୟ ବିରୋଧ କଲେ। ଏପରିକି ପ୍ରଭାରୀ ଚେଲ୍ଲା କୁମାରଙ୍କ  ସହିତ ୱାନ ଟୁ ୱାନ ବେଳେ ମଧ୍ୟ କୌଣସି  ମଧ୍ୟ ଶରତ ପଟ୍ଟନାୟକ ସପକ୍ଷରେ ମତାମତ ଦେଇନଥିଲେ। ଯେଉଁଥିପାଇଁ ବିବାଦ ଜୋର ଧରିଥିଲା। ଅସନ୍ତୋଷ ଅଧିକ ହେବାରୁ ଶେଷରେ ଚେଲା କୁମାର ବିଧାୟକ ମାନଙ୍କୁ ଦିଲ୍ଲୀ ଡାକି ରାହୁଲ ଗାନ୍ଧୀ ପାଖରେ ବୈଠକ କରି ପିସିସି ସଭାପତି କିଏ ହେବ ନିଷ୍ପତ୍ତି ହେବ।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like