ଓଡ଼ିଶା ନ୍ୟୁଜ ଦବା ଇଣ୍ଡିଆ ଦେଉଛି ଔଷଧ ଉପରେ ବଡ ରିହାତି, ଟଙ୍କପାଣି ରୋଡ଼ରେ ଖୋଲିଲା ନୂଆ ଷ୍ଟୋର Bybodisha Published May 13, 2022 ଭୁବନେଶ୍ୱର: ଦେଶର ଅଗ୍ରଣୀ ଜେନେରିକ ମେଡ଼ିସିନ କମ୍ପାନୀ ଦବା ଇଣ୍ଡିଆ ତାର ନୂଆ ଷ୍ଟୋର ଟଙ୍କପାଣି ରୋଡ଼ ଠାରେ ଖୋଲିଛି। ରାଧିକା ଟାୱାର ସାମ୍ନାରେ ଖୋଲାଯାଇଛି ଏହି ଷ୍ଟୋର। ଏହାକୁ କମ୍ପାନୀର ଏଜିଏମ ପ୍ରିୟ ରଞ୍ଜନ ମହାନ୍ତି ଉଦଘାଟନ କରିଥିଲେ। ଷ୍ଟୋର ସ୍ୱତ୍ୱଅଧିକାରୀ ସବିତା ମହାପାତ୍ର ବିଧିବଦ୍ଧ ଭାବେ ଲୋକାର୍ପିତ କରିଥିଲେ। ଏହି ଷ୍ଟୋରରେ ଲୋକମାନେ ଅତି କମ ଦାମରେ ଔଷଧ ପାଇପାରିବେ। ଯେକୋୖଣସି ଦୁଃସାଧ୍ୟ ରୋଗ ହେଉ କିମ୍ବା ଆୟୁର୍ବେଦିକ, ପ୍ରୋଟିନ ସପ୍ଲିମେଣ୍ଟ ସମେତ ସମସ୍ତ ପ୍ରକାର ଔଷଧ ମିଳୁଛି। ଏହି ଅବସରରେ ଶ୍ରୀ ମହାନ୍ତି କହିଛନ୍ତି, ଗ୍ରାହକ ସନ୍ତୁଷ୍ଟି ଆମର ପ୍ରାଥମିକତା। ସର୍ବୋପରି କମ ଦାମରେ ଉନ୍ନତ ମାନର ଔଷଧ ଯୋଗାଇବା କମ୍ପାନୀର ଲକ୍ଷ୍ୟ। In this article: Click to comment Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Advertisement You May Also Like