Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ବିଧାନସଭାରେ ଉଠିଲା ଚିତ୍ରକୁଣ୍ଡା SDPOଅଂଶୁମାନ ଦ୍ବିବେଦୀଙ୍କ ଦବଙ୍ଗ ଗିରି, ସସପେଣ୍ଡ ପାଇଁ ଦାବି କଲା କଂଗ୍ରେସ, ଗୃହରେ ହଟ୍ଟଗୋଳ

ଭୁବନେଶ୍ୱର ୧୩/୭: ବିଧାନସଭା ଶୂନ୍ୟ କାଳରେ ଉଠିଲା ଚିତ୍ରକୋଣ୍ଡା sdpo ଅଂଶୁମାନ ଦ୍ବିବେଦୀ ଙ୍କ ଗୁଣ୍ଡାରାଜ। ମାଲକାନଗିରିର ଆର ଏ ସି ୧୩ ନମ୍ବର ଗାଁ ରେ ଫୋର୍ସ ଧରି ମହିଳା ଅଧିକାରୀଙ୍କୁ ସାଙ୍ଗରେ ନ ନେଇ ଗାଁ ରେ ପସି ଗର୍ଭବତୀ ମହିଳା,୮୦ ବର୍ଷୀୟ ବୃଦ୍ଧା,୧୪ ବର୍ଷର ନାବାଳିକାଙ୍କୁ ମାଡ ମାରିଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ସଦସ୍ୟ। ପ୍ରାଇଭେଟ୍ ପାଟ ରେ ମାଡ ମାରିଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତୀୟ ଫଟୋ ମଧ୍ୟ ଗୃହରେ ପ୍ରଦର୍ଶନ କରିଛନ୍ତି। ମଦ ପି ଆତଙ୍କରାଜ କରିଛନ୍ତି ବୋଲି କହିଛନ୍ତି କଂଗ୍ରେସ ଦଳ ମୁଖ୍ୟ ସଚେତକ ତାରା ବାହିନପତି। ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲେ ବି କୌଣସି ପଦକ୍ଷେପ ନେଇ ନାହାନ୍ତି। ଡ଼ାକ୍ତରଙ୍କୁ ଚାପ୍ ପକାଇ ମିଥ୍ୟା ରିପୋର୍ଟ ଆଣିଛନ୍ତି। ମା କୁ ସମ୍ମାନ କହୁଥିବା ସରକାରଙ୍କ ଏ କି ସମ୍ମାନ ବୋଲି ପ୍ରଶ୍ନ କଲେ ବିରୋଧୀ। ଦୁଇ ଜଣ ସାମ୍ବାଦିକ,ବ୍ଲକ ସଭାପତି, ଜିଲ୍ଲା ସଭାପତିଙ୍କ ସହ ୧୮ ଜଣଙ୍କୁ ଗିରଫ କରାଯାଇଛି। ତୁରନ୍ତ sdpo ଙ୍କୁ ନିଲମ୍ବନ କରିବା ସହ ମାଜିଷ୍ଟ୍ରେଟ ଙ୍କ ଜରିଆରେ ତଦନ୍ତ ପାଇଁ ତାରା ପ୍ରସାଦ ବାହିନୀ ପତି ଦାବି କରିଥିବା ବେଳେ କ୍ରାଇମବ୍ରାଞ୍ଚ୍ ତଦନ୍ତ ଦାବି କରିଛନ୍ତି ସନ୍ତୋଷ ସିଂ ସାଲୁଜା। ଗୃହ କମିଟି ଗଠନ କରି ଘଟଣା ସ୍ଥଳ ପରି ଦର୍ଶନ କରିବା ପାଇଁ ବାଚସ୍ପତିଙ୍କ ରୁଲିଁ ଦାବି କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଏହା ସହ ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି। ସବୁ କାର୍ଯକ୍ରମ ବାତିଲ କରି ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଛନ୍ତି ନରସିଂହ ମିଶ୍ର। ବାଚସ୍ପତିଙ୍କ ରୁଲିଁ ଦାବିରେ କଂଗ୍ରେସର ଗୃହ ମଧ୍ୟ ଭାଗରେ ହଟଗୋଲ।

ବିରୋଧୀଦଳ ମୁଖ୍ୟ ସଚେତକ ବି ସମାନ ପ୍ରସଙ୍ଗ ଉଠାଇଲେ। ରକ୍ଷକ ଯଦି ଭକ୍ଷକ ସାଜିବେ ଆଦିବାସୀଙ୍କୁ ସୁରକ୍ଷା ଦେବ କିଏ ?
ଫଟୋ ଦେଖାଇ ଉଦବେଗ ପ୍ରକାଶ କଲେ ମୋହନ ମାଝି। ତଦନ୍ତ ପାଇଁ ଦାବି କଲେ। ବାଚସ୍ପତିଙ୍କ ରୁଲିଁ ପାଇ ଦାବି କଲେ। ପୋଡିଅମ ନିକଟକୁ ଯାଇ ପ୍ରତିବାଦ କଲେ ବିଜେପି ସଦସ୍ୟ। ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ। ୧୦ ମିନିଟ ପର୍ଯ୍ୟନ୍ତ ଗୃହ ମୁଲତବୀ।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like