Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଅସ୍ତରଙ୍ଗ: ଥିଲାବାଲାଙ୍କୁ ଟିକେଟ, ଯୋଗ୍ୟତା ନୁହେଁ ଟଙ୍କା ହିଁ ମାପକାଠି

ଅସ୍ତରଙ୍ଗ: ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକ ତାଳଦା ପଂଚାୟତ ପାଇଁ ବିଜେଡି ତାର ସମର୍ଥିତ ପ୍ରାର୍ଥୀ ଘୋଷଣା କରିଛି। ଏଠାରେ ସରପଂଚ ଭାବରେ ବିଜେଡି ସମର୍ଥିତ ପ୍ରାର୍ଥୀ ହେବେ ଦୀପକ ପରିଡା। ଠିକାଦାରରୁ ରାଜନେତା ପାଲଟିଥିବା ପ୍ରତାପ ପରିଡାଙ୍କ ପୁଅ ହେଉଛନ୍ତି ଦୀପକ। ଦୀପକ ରାଜନୀତିରେ ଆଦୌ ପରପକ୍ଵ ନୁହଁନ୍ତି। ହେଲେ ଜଣେ ନାମୀ ଠିକାଦାରଙ୍କ ପୁଅ ଭାବରେ ତାଙ୍କର ପରିଚିତ ରହିଛି। କୌଣସି ସାମାଜିକ କାର୍ଯ୍ୟକ୍ରମ ହେଉ କିମ୍ବା ଲୋକଙ୍କ ଭଲ ମନ୍ଦରେ ନିଜକୁ ସାମିଲ କରିଥିବା ନଜିର ନାହିଁ। ହେଲେ ସ୍ଥାନୀୟ ନେତାଙ୍କ ପାଇଁ ଟଙ୍କା ଯେଉଁଠି ଟିକେଟ ସେଇଠି ନ୍ୟାୟରେ ତାଙ୍କୁ ଦଳ ତରଫରୁ ବଛା ଯାଇଛି ବୋଲି କହିଛନ୍ତି ସ୍ଥାନୀୟ କିଛି ବିଦ୍ରୋହୀ ଗୋଷ୍ଠୀ। କାହିଁକି ନା ଏଠାରେ ଯୋଗ୍ୟତାର ମାପକାଠି ହୋଇଛି ଟଙ୍କା। ଜଣେ ଠିକାଦାର ଭାବରେ ପ୍ରତାପ କୋଟି କୋଟି ଟଙ୍କାର ମାଲିକ। ସେ ସମସ୍ତଙ୍କୁ ଟଙ୍କା ମୋହରେ ବାନ୍ଧି ପାରିବେ ବୋଲି ଦଳର ନେତା ବିବେଚନା କରିଛନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳରେ ଯେଉଁ ଦୁର୍ନୀତିର ଛିଟା ଲାଗିଥିଲା, ନେତା ତଥା ଦଳର ଆଗଧାଡ଼ିର କର୍ମୀଙ୍କ ମୁଣ୍ଡରେ ଯେଉଁ କଳଙ୍କ ଲାଗିଥିଲା ତାହା କୁଆଡେ ଟଙ୍କାରେ ଭୁଲାଇ ଦିଆଯାଇ ପାରିବ ବୋଲି ମନେ କରିଛନ୍ତି ନେତା। ଅବଶ୍ୟ ଏହା ଲୋକଙ୍କ ଉପରେ ନିର୍ଭର କରେ। ଏହି ଦୀପାଞ୍ଚଳ ପାଇଁ ଗୋଟିଏ ବ୍ରିଜ ନିର୍ମାଣ ହୋଇ ପାରିଲା ନାହିଁ, ଅଧାପନ୍ତରିଆ ଭାବରେ ପଡି ରହିଛି। ନେତାଙ୍କ ପାରିବା ପଣିଆ ଏଠାରେ ସାମ୍ନାକୁ ଆସିଲା।

ଚାରା ଦୁର୍ନୀତିରେ ଲୋକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଦିନରେ ଲଣ୍ଠନ ଦେଖାଇ ଲକ୍ଷ ଲକ୍ଷ ବ୍ୟାଙ୍କ ବାଲାନ୍ସ ବଢାଇଲେ। ବିହନ ଦୁର୍ନୀତି, ଆବାସ ଦୁର୍ନୀତି, ରାସନ କାର୍ଡ ଧାରୀଙ୍କୁ ଯେଉଁଭଳି ଲୁଟିଲେ ତାହା ସମସ୍ତଙ୍କୁ ଜଣା। ସ୍ଥାନୀୟ ଅଞ୍ଚଳର ପୁରୁଖା ବିଜେଡି ନେତାଙ୍କୁ ଦଳ ପାଦରେ ଆଡେଇ ଦେଇ ନୂଆ ନେତାଙ୍କୁ ଅଣ୍ଟି ରେ ପୁରାଇଥିବା ଅଭିଯୋଗ ହୋଇଛି। ଯେଉଁମାନେ ବର୍ଷ ବର୍ଷ ଧରି ଦଳରେ ପଡି ରହି ଅପବାଦ ମୁଣ୍ଡାଇଥିଲେ ସେମାନଙ୍କୁ ଦୁରେଇ ରଖ ଯାଇଛି। ଏହାରି ଭିତରେ ଦଳ ନିଜ ଭାବମୂର୍ତୀ ବଞ୍ଚାଇ ରଖିବାକୁ ଚେଷ୍ଟା କରିବା ଅପେକ୍ଷା ଟଙ୍କା ବାଣ୍ଟି ଲୋକଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରିଥିବା ମନେ ହୁଏ। ବଡ କଥା ହେଉଛି ପଞ୍ଚାୟତ ଜଣେ ଯୁବ ଶିକ୍ଷିତ ଲୋକଙ୍କୁ ଭୋଟ ଦେବାକୁ ଚାହୁଁଛି। ହେଲେ ତାମାନେ ନୁହେଁ ଯେ ଯାହାକୁ ପାଇବ ତାକୁ ଛିଡା କରାଇ ଭୋଟ ହାତେଇବ। ଏମିତିରେ ଚୋରା ମଦ କାରବାର ନେଇ ପଞ୍ଚାୟତ ବାସୀଙ୍କୁ ପ୍ରତାପ ଯେଉଁଭଳି ଭାବରେ ଭକୁଆ ବନେଇଥିଲେ ତାହା ସମସ୍ତଙ୍କୁ ଜଣା। କୁହାଯାଏ ସ୍ଥାନୀୟ ମଦ କାଉଁଣ୍ଟର ଖୋଲିବାରେ କୁଆଡେ ତାଙ୍କର ଯଥେଷ୍ଟ ଭୂମିକା ରହିଛି। କେତେ ସତ ତାହା ସ୍ଥାନୀୟ ଲୋକେ କହିପାରିବେ। ପଞ୍ଚାୟତ ପାଇଁ ଗୋଟିଏ ଭଲ ପ୍ରକଳ୍ପ ଆଣି ପାରିଲେ ନାହିଁ ହେଲେ ମଦ ଦୋକାନ ଖୋଲିବା ପାଇଁ କୂଟନୀତି ପ୍ରୟୋଗ କରିବା କଥାକୁ ଲୋକେ ତଥା ଅଂଚଳର ଯୁବ ଗୋଷ୍ଠୀ ସହଜରେ ହଜମ କରି ପାରୁ ନାହାଁନ୍ତି।

ଏଠି ଚାରା ଦୁର୍ନୀତିରେ ମୁଖ୍ୟ ନାୟକ ସାଜିଥିବା ଜଣେ ନେତା ପୁରା ନିର୍ବାଚନର ମଙ୍ଗ ଧରି ଲୋକଙ୍କୁ ନୂଆ ପ୍ରତିଶ୍ରୁତି ଦେବା ଆରମ୍ଭ କରିଛନ୍ତି। ସରପଞ୍ଚ ପ୍ରାର୍ଥୀ ଦୀପକଙ୍କ ଘର କୂଳସାହି ଗ୍ରାମରେ ହୋଇଥିବା ବେଳେ ଏଡ଼ବାଂସର ଗିରିଧାରୀ ସେଠୀଙ୍କୁ ସମିତି ସଭ୍ୟ ଭାବରେ ପ୍ରାର୍ଥୀ ହେବେ। ତେବେ ଦିପାଞ୍ଚଳର ଶିକ୍ଷିତ ଯୁବକ, ବୁଦ୍ଧିଜୀବୀ ଟଙ୍କାରେ ବିକ୍ରୀ ହେବେ ନା ଯୋଜନା ଲୋଭରେ ଆଉ ଏକ ଭୁଲ କରିବସିବେ ତାହା ଦେଖିବାର କଥା।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବଦଳିବ ରାଜ୍ୟ ବିଜେପିର ରୂପ। ମାସକମଧ୍ୟରେ ବଡ ଧରଣର ଅଦଳବଦଳ। ଜଣେ ଯୁବ ନେତା ହେବେ ରାଜ୍ୟ ବିଜେପିର ଚେହେରା। ଏନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ଦିଲ୍ଲୀର ଶୀର୍ଷ ସ୍ତରର ନେତା।...

ଓଡ଼ିଶା ନ୍ୟୁଜ

ଅନୁଗୁଳ: ଭାରତୀୟ ଇନଷ୍ଟିଚ୍ୟୁଟ ଅଫ କଷ୍ଟ ଆକାଉଣ୍ଟାଣ୍ଟ ର ତାଳଚେର – ଅନୁଗୋଳ ଚାପ୍ଟର ଓ Wallet4Wealth ଦ୍ଵାରା ପୁଞ୍ଜି ବଜାର ଓ ମ୍ୟୁଚୁଆଲ ଫଣ୍ଡ ଶୀର୍ଷକ ବିଷୟରେ ଏକ ଆଲୋଚନା ଚକ୍ର...

ଓଡ଼ିଶା ନ୍ୟୁଜ

କାକଟପୁର: ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସ୍ୱାଧୀନ ନାୟକ। ଆଜି ବିଧିବଦ୍ଧ ଭାବରେ ତାଙ୍କୁ ଏହି ପଦ ମିଳିଛି। କାକଟପୁର 8 ନମ୍ବର...

ଓଡ଼ିଶା ନ୍ୟୁଜ

କାକଟପୁର: କାକଟପୁର ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ଏହାରି ଭିତରେ ବିଜେଡିର ଦୁର୍ବଳତାରୁ ଫାଇଦା ଉଠାଇଛି କଂଗ୍ରେସ। କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିବା ଶ୍ରୀଧର ନାୟକ ପୁଣି ନିଜ ଘରକୁ ଫେରିଛନ୍ତି।...