Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ମିଶନ 2024 ପାଇଁ ବିଜେପିର ବ୍ଲୁପ୍ରିଣ୍ଟ, ସମ୍ବିତ ଧରିବେ ମଙ୍ଗ !

ଭୁବନେଶ୍ୱର: ବଦଳିବ ରାଜ୍ୟ ବିଜେପିର ରୂପ। ମାସକମଧ୍ୟରେ ବଡ ଧରଣର ଅଦଳବଦଳ। ଜଣେ ଯୁବ ନେତା ହେବେ ରାଜ୍ୟ ବିଜେପିର ଚେହେରା। ଏନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ଦିଲ୍ଲୀର ଶୀର୍ଷ ସ୍ତରର ନେତା। ଯାହା କୁହାଯାଉଛି କି ସମ୍ବିତ ପାତ୍ରଙ୍କୁ ଦଳ ଆଗକୁ ଆଣିବା ପାଇଁ ପ୍ରସ୍ତୁତ ହେଉଛି। ଏକପ୍ରକାର ନିଷ୍ପତ୍ତି ହୋଇ ସାରିଛି। ବିଭିନ୍ନ ବର୍ଗର ନେତାଙ୍କ ସହିତ ଘନ ଘନ ବୈଠକ ପରେ ଦଳର ନେତା ଏକପ୍ରକାର ନିର୍ଯ୍ୟାସରେ ପହଞ୍ଚିଛନ୍ତି। ରାଜ୍ୟ ମଙ୍ଗୁଆଳ ବଦଳାଇବା ସହିତ ମୁଖ୍ୟମନ୍ତ୍ରୀ ଚେହେରା ବି ଘୋଷଣା କରିବ ଦଳ। 2024 ପାଇଁ ପୁରା ଖସଡ଼ା ପ୍ରସ୍ତୁତ ହେବ। ଏବେ କେନ୍ଦ୍ରୀୟ ବିଜେପି ନେତାଙ୍କ ଫୋକସରେ ଓଡିଶା। ଜୋରଦାର ଲଢେଇ କରିବାକୁ ରଣନୀତି ଦିଲ୍ଲୀରେ ତିଆରି ହେଉଛି। ସାମ୍ନାକୁ ଆସିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କୁ ଆଗକୁ ଛାଡିବ ଦଳ। ଏପରିକି ସେ ମୁଖ୍ୟମନ୍ତ୍ରୀ ଚେହେରା ବୋଲି ରାଜ୍ୟବାସୀଙ୍କୁ ଏକପ୍ରକାର ବାର୍ତ୍ତା ଯିବ। ଏହାପରେ ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସି ସରକାର ଓ ବିଜେଡି ବିରୋଧରେ ଆକ୍ରମଣ ଜାରି ରଖିବେ। ନିୟମିତ ଭାବରେ କେନ୍ଦ୍ରମନ୍ତ୍ରୀ ମାନେ ଆସି ବିଭାଗର ସମୀକ୍ଷା କରିବା ସହିତ ଲୋକଙ୍କ ସହିତ ମିଶିବେ। ଯୋଜନାର ହିତାଧିକାରୀଙ୍କ ସହିତ ଆଲୋଚନା କରି ସରକାର ଙ୍କୁ ଘେରିବେ। ଏଭଳି କିଛି ନକ୍ସା ପ୍ରସ୍ତୁତ କରିଛନ୍ତି କେନ୍ଦ୍ରୀୟ ବିଜେପି ନେତା। ଯଦି ଏହା କାର୍ଯ୍ୟକାରୀ ହୁଏ ତେବେ ଦଳର ମିଶନ 2024 ଏକପ୍ରକାର ସଫଳ ହୋଇପାରେ ବୋଲି ଆଶା କରିଛନ୍ତି ନେତା।

ଏହାରି ଭିତରେ ରାଜ୍ୟ ସଭାପତି, ସମ୍ପାଦକ ରାଷ୍ଟ୍ରୀୟ ଅଧ୍ୟକ୍ଷ ଙ୍କୁ ଭେଟି ଆଲୋଚନା କରିଛନ୍ତି। ସେହିପରି ବିଧାୟକ ଦଳ ମଧ୍ୟ ଭେଟି ପୌର ଓ ପଂଚାୟତ ଫଳ ନେଇ ନେତାଙ୍କ ସହ ଆଲୋଚନା କରିଛନ୍ତି। ଏଥିସହିତ କେଉଁଠି ତ୍ରୁଟି ରହିଲା ସେନେଇ ଆଲୋଚନା ହେବା ସହିତ କିଛି ପ୍ରସ୍ତାବ ଦେଇଛନ୍ତି। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଭେଟି ସବୁ କଥା କହିଛନ୍ତି। ଦଳର ଅନ୍ୟ କିଛି ତୁଙ୍ଗ ନେତା ମଧ୍ୟ ମୋଦିଙ୍କୁ ଭେଟିଥିବା ଚର୍ଚ୍ଚା ହେଉଛି।

ସେହିପରି ବିରୋଧୀ ଦଳର ନେତା ମଧ୍ୟ ବଦଳିବେ। ନିକଟରେ ବିଧାୟକ ଦଳ ଟିମ ଦିଲ୍ଲୀ ଯାଇ ଫେରିଛନ୍ତି। ଏଠାରେ ଏକପ୍ରକାର ନିଷ୍ପତ୍ତି ହୋଇସାରିଛି। ବିଷ୍ଣୁ ସେଠୀଙ୍କ ନାଁ ସବୁଠୁ ଆଗରେ ରହିଥିବା ବେଳେ ଜୟନରାୟନ ମିଶ୍ର ମଧ୍ୟ ଦୌଡ଼ରେ ରହିଛନ୍ତି। ଦଳରେ ପୁରା ଅମୂଳ ଚୁଳ ପରିବର୍ତ୍ତନ ନେଇ ଆଲୋଚନା ହୋଇଛି।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like

ଓଡ଼ିଶା ନ୍ୟୁଜ

ଅନୁଗୁଳ: ଭାରତୀୟ ଇନଷ୍ଟିଚ୍ୟୁଟ ଅଫ କଷ୍ଟ ଆକାଉଣ୍ଟାଣ୍ଟ ର ତାଳଚେର – ଅନୁଗୋଳ ଚାପ୍ଟର ଓ Wallet4Wealth ଦ୍ଵାରା ପୁଞ୍ଜି ବଜାର ଓ ମ୍ୟୁଚୁଆଲ ଫଣ୍ଡ ଶୀର୍ଷକ ବିଷୟରେ ଏକ ଆଲୋଚନା ଚକ୍ର...

ଓଡ଼ିଶା ନ୍ୟୁଜ

ଅସ୍ତରଙ୍ଗ: ରାଜନୀତିକୁ ଏଣ୍ଟ୍ରି କରିଛନ୍ତି ସାହୁ ଘର ବୋହୁ। ପଞ୍ଚାୟତ ନିର୍ବାଚନ ପାଇଁ ସରପଞ୍ଚ ପ୍ରାର୍ଥୀନୀ ହୋଇଛନ୍ତି। ବୁଧବାର ଅସ୍ତରଙ୍ଗ ବ୍ଲକରେ ସେ ବିଧିବଦ୍ଧ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପୂର୍ବତନ ସରପଞ୍ଚ...

ଓଡ଼ିଶା ନ୍ୟୁଜ

ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ କାକଟପୁର ବ୍ଲକର କଂଗ୍ରେସ ସଭାପତି ଶ୍ରୀ ରାଜ କିଶୋର ସାହୁ ସମିତି ସଭ୍ୟ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିବେ । ବର୍ତମାନ ପରିସ୍ଥିତିରେ ଦଳର ସାଂଗଠନିକ କାର୍ଯ୍ୟ...

ଓଡ଼ିଶା ନ୍ୟୁଜ

ଅସ୍ତରଙ୍ଗ: ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକ ତାଳଦା ପଂଚାୟତ ପାଇଁ ବିଜେଡି ତାର ସମର୍ଥିତ ପ୍ରାର୍ଥୀ ଘୋଷଣା କରିଛି। ଏଠାରେ ସରପଂଚ ଭାବରେ ବିଜେଡି ସମର୍ଥିତ ପ୍ରାର୍ଥୀ ହେବେ ଦୀପକ ପରିଡା। ଠିକାଦାରରୁ...