Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଦଳୀୟ ପ୍ରାର୍ଥୀଙ୍କୁ ଦ୍ବୀପାଞ୍ଚଳବାସୀଙ୍କ ପ୍ରଶ୍ନ…

ଅସ୍ତରଙ୍ଗ: ତାଳଦାରେ ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଳୁଛି ବଡ଼ ସମର୍ଥନ। ଏଠାରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ଅପେକ୍ଷା ସ୍ୱାଧୀନ ପ୍ରାର୍ଥୀଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଦଳମତ ଭୁଲି ଅଞ୍ଚଳର ବିକାଶ ପାଇଁ ଆଗେଇ ଆସିଥିବା କିଛି ଉଚ୍ଚ ଶିକ୍ଷିତ ଯୁବକ ଧରିଛନ୍ତି ମଙ୍ଗ। ଏଠାରେ ବିଜେଡି ସମର୍ଥିତ ପ୍ରାର୍ଥୀ ଭାବରେ ସ୍ଥାନୀୟ ଠିକାଦାର ପ୍ରତାପ ପରିଡାଙ୍କ ପୁଅ ଦୀପକ ପରିଡା ପ୍ରାର୍ଥୀ ହୋଇଛନ୍ତି। ହେଲେ ତାଙ୍କୁ ଭୋଟ ଦେବାକୁ ସିଧାସଳଖ ମନା କରି ଦେଉଛନ୍ତି ଭୋଟର। ଆଜି ଯାଏ କେଉଁଠି ଥିଲ, କଣ କରିଛ ବୋଲି ଲୋକେ ସିଧାସଳଖ ପଚାରୁଛନ୍ତି। ଯାହାର ଉତ୍ତର ତାଙ୍କ ପାଖରେ ନାହିଁ। ଏଇଥିପାଇଁ ଠିକାଦାରଙ୍କୁ ଗ୍ରହଣ କରିପାରୁ ନାହାଁନ୍ତି ସ୍ଥାନୀୟ ଜନସାଧାରଣ। କାହିଁକି ନା ଅତୀତରେ ତାଙ୍କଠାରୁ ଗାଁ ଅନେକ କିଛି ଆଶା ରଖିଥିଲା। ହେଲେ ମଦ ଦୋକାନକୁ ପରୋକ୍ଷରେ ସମର୍ଥନ କରି ସେ ବିଶ୍ୱାସ ଭାଙ୍ଗି ଦେଲେ ବୋଲି କହିଛନ୍ତି ତାଳଦା ଅଞ୍ଚଳର ବରିଷ୍ଠ ନାଗରିକ ସରୋଜ ପଢ଼ିଆରୀ। ସେହିଭଳି ଅତୀତରେ ବିଜେଡି ସମର୍ଥିତ ସରପଞ୍ଚ ଅତୀତରେ ଯେଉଁଭଳି ଭାବରେ କାର୍ଯ୍ୟ କାରନାମା କରିଛନ୍ତି ତାର ରୋଷ ଏବେ ଲୋକଙ୍କ ମନରେ ରହିଛି। ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସେପଟେ ସ୍ୱାଧୀନ ପ୍ରାର୍ଥୀନି ଜ୍ୟୋସ୍ନା ଛାଟୋଇ ଘର ଘର ବୁଲି ସମର୍ଥନ ଗୋଟାଇବାରେ ଲାଗିଛନ୍ତି। ସ୍ୱତଃ ପ୍ରବୃତ୍ତ ଭାବରେ ଜନ ସମର୍ଥନ ପାଉଛନ୍ତି। ଯୁବଗୋଷ୍ଠୀ ଏବେ ତାଙ୍କ ସହିତ ରହିଛନ୍ତି। ସାଧାରଣ ଲୋକ, ଅଞ୍ଚଳର ବୁଦ୍ଧିଜୀବୀ ମଧ୍ୟ ତାଙ୍କ ସହିତ ରହିଛନ୍ତି। ଏଭଳି ସ୍ଥିତି ଦେଖି ଔଷଧ ବିକଳରେ ତାଟିଆ କାମୁଡିବା ଭଳି କିଛି ଲୋକଙ୍କୁ ଧରି ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛନ୍ତି ଠିକାଦାର ଗୋଷ୍ଠୀ। ଅର୍ଥ ବଳ ଦେଖାଇ ନିଜ ପତିଆରା ଦେଖାଇବାକୁ ଉଦ୍ୟମ କରୁଛନ୍ତି। ସେପଟେ ଏହାର ଜବାବ ବାଲଟରେ ଦେବାକୁ ଅପିଲ କରୁଛନ୍ତି ସଚେତନ ନାଗରିକ ମଞ୍ଚ। ସମୟ ଯେତିକି ନିକଟତର ହେଉଛି ସ୍ୱାଧୀନ ପ୍ରାର୍ଥୀ ସେତିକି ସୁଦୃଢ ହେଉଛନ୍ତି। ଏମାନଙ୍କ ରଣନୀତି ଆଗରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ରଣନୀତି କାମ ଦେଉ ନାହିଁ। ସ୍ଥାନୀୟ ଅଞ୍ଚଳର ସ୍ୱାଭିମାନି ଲୋକଙ୍କୁ ଟଙ୍କାରେ କିଣିବାକୁ ଯୋଜନା ମଧ୍ୟ ହେଉଛି। ହେଲେ ଏଥର ଭୋଟର କିଛି ଶୁଣିବା ଅବସ୍ଥାରେ ନାହାଁନ୍ତି।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like

ଓଡ଼ିଶା ନ୍ୟୁଜ

କାକଟପୁର: ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସ୍ୱାଧୀନ ନାୟକ। ଆଜି ବିଧିବଦ୍ଧ ଭାବରେ ତାଙ୍କୁ ଏହି ପଦ ମିଳିଛି। କାକଟପୁର 8 ନମ୍ବର...

ଓଡ଼ିଶା ନ୍ୟୁଜ

କାକଟପୁର: କାକଟପୁର ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ଏହାରି ଭିତରେ ବିଜେଡିର ଦୁର୍ବଳତାରୁ ଫାଇଦା ଉଠାଇଛି କଂଗ୍ରେସ। କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିବା ଶ୍ରୀଧର ନାୟକ ପୁଣି ନିଜ ଘରକୁ ଫେରିଛନ୍ତି।...

ଓଡ଼ିଶା ନ୍ୟୁଜ

କାକଟପୁର: କାହା ହାତରେ ରହିବ କାକଟପୁର ବ୍ଲକ। କିଏ ହାତେଇବ ଅଧ୍ୟକ୍ଷ ପଦ। ଆଶାୟୀ ବଡ ବଡ ନେତା ଚିତ ପଟାଙ୍ଗ ମାରିଲେ, ସବୁ ରଣନୀତି ଫେଲ ମାରିବା ପରେ ଏବେ ବ୍ଲକରେ...

ଓଡ଼ିଶା ନ୍ୟୁଜ

ଅସ୍ତରଙ୍ଗ: ନଇଗୁଆଁ ଗ୍ରାମ ପଞ୍ଚାୟତର ନୂଆ ସରପଞ୍ଚ ଭାବରେ ଶପଥ ନେଇଛନ୍ତି ମଞ୍ଜୁଲତା ଖୁଣ୍ଟିଆ। ଗୁରୁବାର ବିଧିବଦ୍ଧ ଭାବରେ ସେ ଦାୟିତ୍ୱ ନେଇଛନ୍ତି। ମଞ୍ଜୁଲତାଙ୍କ ସ୍ୱାମୀ ପ୍ରତାପ ଖୁଣ୍ଟିଆ କଂଗ୍ରେସର ଜଣେ ଟାଣୁଆ...