ଭୁବନେଶ୍ୱର: ପଂଚାୟତ ନିର୍ବାଚନ ଭୋଟ ଦେବା ପାଇଁ ସରକାରୀ କର୍ମଚାରୀଙ୍କୁ ମିଳିବ ଛୁଟି। ସର୍ବାଧିକ ୩ଦିନ ଛୁଟି ଦେବେ ରାଜ୍ୟସରକାର। ଏ ନେଇ ପଂଚାୟତ ରାଜ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସରକାରୀ କର୍ମଚାରୀ, ସରକାରୀ ଫ୍ରାଞ୍ଚାଇଜ, ବିଭିନ୍ନ ନିଗମ ରେ କାମ କରୁଥିବା କର୍ମଚାରୀ ମାନେ ଉପରିସ୍ଥ ଅଫିସରଙ୍କୁ ଲିଖୁତ ଭବେ ଛୁଟି ଦରଖାସ୍ତ ଦେଇ ଚୁଟିନେବେ। ଭୋଟ ଗ୍ରହଣ ଦିନ ଏବଂ ଭୋଟ ଗ୍ରହନର ପୂର୍ବ ଦିନ ଏବଂ ପର ଦିନଙ୍କୁ ମିଶାଇ ୩ ଦିନ ଛୁଟି ନେବେ। ଏହି ଛୁଟିକୁ ସ୍ପେସିଆଲ କଜୁଆଲ ଲିଭ ଭାବେ ବିବେଚନା କରାଯିବ ବୋଲି ସରକାର ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।



























