Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଅସ୍ତରଙ୍ଗ: ରାଜନୀତିକୁ ଏଣ୍ଟ୍ରି ମାରିଲେ ସାହୁଘର ବୋହୂ

ଅସ୍ତରଙ୍ଗ: ରାଜନୀତିକୁ ଏଣ୍ଟ୍ରି କରିଛନ୍ତି ସାହୁ ଘର ବୋହୁ। ପଞ୍ଚାୟତ ନିର୍ବାଚନ ପାଇଁ ସରପଞ୍ଚ ପ୍ରାର୍ଥୀନୀ ହୋଇଛନ୍ତି। ବୁଧବାର ଅସ୍ତରଙ୍ଗ ବ୍ଲକରେ ସେ ବିଧିବଦ୍ଧ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପୂର୍ବତନ ସରପଞ୍ଚ ଶଶୀ ଭୂଷଣ ସାହୁଙ୍କ ନାତୁଣୀ ବୋହୂ ଜ୍ୟୋସ୍ନା ରାଣୀ ଛାଟୋଇ ପାଦ ଥାପିଛନ୍ତି। ଜଣେ ଉଚ୍ଚ ଶିକ୍ଷିତା ସାଙ୍ଗକୁ ରାଜଧାନୀର ବିଭିନ୍ନ ପ୍ରତିଷ୍ଠିତ କଲେଜରେ ପାଠ ପଢିବା ପରେ ସମାଜ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ। ବିଭିନ୍ନ ସାମାଜିକ ଅନୁଷ୍ଠାନ ସହିତ ସେ ଜଡିତ ରହି ରାଜଧାନୀରେ ନିଜର ଛାପ ଛାଡି ଏବେ ଗାଁ ମୁହାଁ ହୋଇଛନ୍ତି। ପ୍ରକୃତ ବିକାଶ ଗାଁରେ ହିଁ କରିବାକୁ ହେବ, ଗାଁର ମା ଓ ଭଉଣୀଙ୍କୁ କିପରି ସଶକ୍ତ କରାଯିବ ସେହି ଏଜେଣ୍ଡା ନେଇ ନାମାଙ୍କନ ଦାଖଲ କରିଛନ୍ତି।

ବଡ଼କଥା ହେଉଛି ସେ ରିଶୋଲ ସାହୁ ଘର ବୋହୂ ଭାବରେ ଲଢ଼ିବାକୁ ଯାଉଛନ୍ତି। ଦୀର୍ଘ ତିନି ପିଢୀ ଧରି ଏହି ପରିବାର ରାଜନିତୀ ସହିତ ରହି ଆସିଛି। ସ୍ବର୍ଗତଃ ଶଶୀ ଭୂଷଣ ସାହୁ ପରବର୍ତ୍ତୀ ସମୟରେ ଯଯାତି କେଶରୀ ସାହୁ ଆଉ ଏବେ ତାଙ୍କ ଉତ୍ତରାଧିକାରୀ ଭାବରେ ସୌମେନ୍ଦ୍ର ସାହୁଙ୍କ ଧର୍ମପତ୍ନୀ  ଜ୍ୟୋସ୍ନା ଫିଲଡ଼କୁ ଓହ୍ଲାଇଛନ୍ତି। ବଡ଼କଥା ହେଉଛି ତାଙ୍କ ପଛରେ ନା ଦଳୀୟ ଛାପ ରହିଛି ନା କୌଣସି ସ୍ଥାନୀୟ ନେତାଙ୍କ ସହଯୋଗ ରହିଛି। କୌଣସି ନେତାଙ୍କ ହାତରେ ସଖି କଣ୍ଢେଇ ନହୋଇ କିପରି ଅଞ୍ଚଳର ବିକାଶ ହୋଇପାରିବ ଆଉ ଲୋକଙ୍କୁ ମୁଖ୍ୟସ୍ରୋତରେ ସାମିଲ କରାଯିବ ତାକୁ ହିଁ ପ୍ରାଧାନ୍ୟ ଦେଇ ସେ ଆସିଛନ୍ତି। ଆଉ ଏଥିପାଇଁ ନିଜ କର୍ମଭୂମିକୁ ଆଦରି ନେଇଛନ୍ତି। ନିଜ ଭାବମୂର୍ତୀ ହିଁ ତାଙ୍କର ମୂଳ ପୁଞ୍ଜି। ନିଜ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି, ଲୋକଙ୍କ ସମର୍ଥନ ଓ ଭଲ ପାଇବା ହିଁ ମୋର ଶକ୍ତି। ମାତ୍ର ଦିନ କେଇଟାରେ ମୁଁ ଅଦ୍ଭୁତପୂର୍ବ ସମର୍ଥନ ପାଇଛି। ଏହାହିଁ ମୋତେ ଲୋକଙ୍କ ନିକଟତର ହେବାରେ ସାହାଯ୍ୟ କରିବ।ଲୋକଙ୍କ ହକ ପାଇଁ ସରକାରୀ ବାବୁଙ୍କ ଟେବୁଲ ବାଡେଇ କାମ ଆଦାୟ କରିବାର ସାହସ ତାଙ୍କ ପାଖରେ ରହିଛି। ସାଲିସ ନକରି ଲୋକଙ୍କ ସମସ୍ୟାକୁ ଉଚିତ ଫୋରମରେ ଉଠାଇବାର କ୍ଷମତା ତାଙ୍କ ନିକଟରେ ରହିଛି। ଯେହେତୁ ସ୍ଥାନୀୟ ଅଞ୍ଚଳରେ ଦୀର୍ଘ ଦିନ ଧରି ଏକ ନିର୍ଦ୍ଦିଷ୍ଟ ଦଳର ସମର୍ଥନରେ ସରପଞ୍ଚ ଜିତୁଛନ୍ତି ଆଉ ନିରୀହ ଲୋକଙ୍କୁ ଲୁଟୁଛନ୍ତି ନିଜ ପକେଟ ଭରୁଛନ୍ତି ତା ବିରୋଧରେ ମୋର ଏହି ସଂଗ୍ରାମ ବୋଲି ଜ୍ୟୋସ୍ନା କହିଛନ୍ତି। ଜ୍ୟୋସ୍ନାଙ୍କ ଜବରଦସ୍ତ ଏଣ୍ଟ୍ରି ପରେ ବିରୋଧୀ ଗୋଷ୍ଠୀଙ୍କ ମଧ୍ୟରେ ଏକପ୍ରକାର ଭାଲେଣି ପଡିଛି। ଯେହେତୁ ପଞ୍ଚାୟତର ଭାଗ୍ୟ ଯୁବଗୋଷ୍ଠୀଙ୍କ ହାତରେ ନିର୍ଭର କରୁଛି ନିଜ ସମ୍ମାନ ଓ ସ୍ୱାଭିମାନ ପାଇଁ ସେମାନଙ୍କ ପାଖରେ ଏକ ଭଲ ବିକଳ୍ପ ଭାବରେ ଛିଡା ହୋଇଛନ୍ତି ଜ୍ୟୋସ୍ନା। ତାଳଦା ପଞ୍ଚାୟତ ସରପଞ୍ଚ ଲଢେଇ ଜୋରଦାର ହେବାକୁ ଯାଉଥିବା ବେଳେ ଅଞ୍ଚଳର ସ୍ୱାଭିମାନ ଓ ସମ୍ମାନ ପାଇଁ ହିଁ ଏହି ଲଢେଇ ହେବ ବୋଲି କୁହାଯାଇଛି।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବଦଳିବ ରାଜ୍ୟ ବିଜେପିର ରୂପ। ମାସକମଧ୍ୟରେ ବଡ ଧରଣର ଅଦଳବଦଳ। ଜଣେ ଯୁବ ନେତା ହେବେ ରାଜ୍ୟ ବିଜେପିର ଚେହେରା। ଏନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ଦିଲ୍ଲୀର ଶୀର୍ଷ ସ୍ତରର ନେତା।...

ଓଡ଼ିଶା ନ୍ୟୁଜ

ଅନୁଗୁଳ: ଭାରତୀୟ ଇନଷ୍ଟିଚ୍ୟୁଟ ଅଫ କଷ୍ଟ ଆକାଉଣ୍ଟାଣ୍ଟ ର ତାଳଚେର – ଅନୁଗୋଳ ଚାପ୍ଟର ଓ Wallet4Wealth ଦ୍ଵାରା ପୁଞ୍ଜି ବଜାର ଓ ମ୍ୟୁଚୁଆଲ ଫଣ୍ଡ ଶୀର୍ଷକ ବିଷୟରେ ଏକ ଆଲୋଚନା ଚକ୍ର...

ଓଡ଼ିଶା ନ୍ୟୁଜ

କାକଟପୁର: କାକଟପୁର ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ଏହାରି ଭିତରେ ବିଜେଡିର ଦୁର୍ବଳତାରୁ ଫାଇଦା ଉଠାଇଛି କଂଗ୍ରେସ। କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିବା ଶ୍ରୀଧର ନାୟକ ପୁଣି ନିଜ ଘରକୁ ଫେରିଛନ୍ତି।...

ଓଡ଼ିଶା ନ୍ୟୁଜ

କାକଟପୁର: କାହା ହାତରେ ରହିବ କାକଟପୁର ବ୍ଲକ। କିଏ ହାତେଇବ ଅଧ୍ୟକ୍ଷ ପଦ। ଆଶାୟୀ ବଡ ବଡ ନେତା ଚିତ ପଟାଙ୍ଗ ମାରିଲେ, ସବୁ ରଣନୀତି ଫେଲ ମାରିବା ପରେ ଏବେ ବ୍ଲକରେ...