Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ୱାଲେଟ ଫର ୱେଲଥ ପକ୍ଷରୁ ଆଲୋଚନାଚକ୍ର

ଅନୁଗୁଳ: ଭାରତୀୟ ଇନଷ୍ଟିଚ୍ୟୁଟ ଅଫ କଷ୍ଟ ଆକାଉଣ୍ଟାଣ୍ଟ ର ତାଳଚେର – ଅନୁଗୋଳ ଚାପ୍ଟର ଓ Wallet4Wealth ଦ୍ଵାରା ପୁଞ୍ଜି ବଜାର ଓ ମ୍ୟୁଚୁଆଲ ଫଣ୍ଡ ଶୀର୍ଷକ ବିଷୟରେ ଏକ ଆଲୋଚନା ଚକ୍ର ସ୍ଥାନୀୟ ନାଲକୋନଗର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସେମିନାର ରେ 250 ରୁ ଉର୍ଦ୍ଧ୍ବ ନିବେଶକ ଓ କଷ୍ଟ ଆକାଉଣ୍ଟାଣ୍ଟ ଭାଗ ନେଇଥିଲେ।

ମହାନଦୀ କୋଲ ଫିଲ୍ଡ ର ବିତ୍ତ ନିର୍ଦ୍ଦେଶକ ଶ୍ରୀ କେ ଆର ବାସୁଦେବନ ମୁଖ୍ୟ ଅତିଥି ଏବଂ ନାଲକୋ ଅନୁଗୋଳ ର ଇ ଡି ଅମ୍ବିକା ପ୍ରସାଦ ପଣ୍ଡା, ସି ସି ଏମ ନିରଞ୍ଜନ ମିଶ୍ର, ୱାଲେଟ୍ ଫର୍ ୱେଲଥ ର ଏମ ଡି ତ୍ରିନାଥ ଲେଙ୍କା, ନାଲକୋ ଅତିରିକ୍ତ କମ୍ପାନୀ ସଚିବ ଭରତ କୁମାର ସାହୁ, ନାଲକୋ ର ବିତ୍ତ ମହା ପ୍ରବନ୍ଧକ ମିହିର ରଥ, ଶୀର୍ଷକ ଆଲୋଚନା ପୁଙ୍ଖାନୁପୁଙ୍ଖ ଭାବେ କରିଥିଲେ।

ଚାପ୍ ଟର ର ସଭାପତି ଅନ୍ତର୍ଯ୍ୟାମୀ ଆଚାର୍ଯ୍ୟ ସେମିନାର ପରିଚାଳନା କରି କହିଥିଲେ ଯେ ଅନୁଗୋଳ ରେ କଷ୍ଟିଂ ଚାପ୍ଟର୍ ହେବା ଦ୍ବାରା ଶତାଧିକ ଛାତ୍ରୀ ଛାତ୍ର କଷ୍ଟ ଆକାଉଣ୍ଟାଣ୍ଟ ହେବାକୁ ସୁଯୋଗ ପାଇ ପାରୁଛନ୍ତି।ଏହି ସେମିନାର କର୍ପୋରେଟ ଆଇନ ମାସ ପାଳନ ପରିପ୍ରେକ୍ଷୀରେ ଆୟୋଜିତ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like

ଓଡ଼ିଶା ନ୍ୟୁଜ

ନବମ ଶାଖା ଉଦଘାଟିତ ଯୋଗଦେଲେ ବିଭିନ୍ନ କମ୍ପାନୀର ସିଇଓ ନେଟୱର୍କ ସମ୍ପ୍ରସାରଣ ସହିତ ଗ୍ରାହକ ସେବାକୁ ଗୁରୁତ୍ୱ ଓଡ଼ିଶାରେ 6ଟି, ରାଜ୍ୟ ବାହାରେ 3ଟି ଶାଖା ଭୁବନେଶ୍ୱର: ନିବେଶ ତଥା ଆର୍ଥିକ ସେବା...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବଦଳିବ ରାଜ୍ୟ ବିଜେପିର ରୂପ। ମାସକମଧ୍ୟରେ ବଡ ଧରଣର ଅଦଳବଦଳ। ଜଣେ ଯୁବ ନେତା ହେବେ ରାଜ୍ୟ ବିଜେପିର ଚେହେରା। ଏନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ଦିଲ୍ଲୀର ଶୀର୍ଷ ସ୍ତରର ନେତା।...

ଓଡ଼ିଶା ନ୍ୟୁଜ

ଅସ୍ତରଙ୍ଗ: ରାଜନୀତିକୁ ଏଣ୍ଟ୍ରି କରିଛନ୍ତି ସାହୁ ଘର ବୋହୁ। ପଞ୍ଚାୟତ ନିର୍ବାଚନ ପାଇଁ ସରପଞ୍ଚ ପ୍ରାର୍ଥୀନୀ ହୋଇଛନ୍ତି। ବୁଧବାର ଅସ୍ତରଙ୍ଗ ବ୍ଲକରେ ସେ ବିଧିବଦ୍ଧ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପୂର୍ବତନ ସରପଞ୍ଚ...

ଓଡ଼ିଶା ନ୍ୟୁଜ

ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ କାକଟପୁର ବ୍ଲକର କଂଗ୍ରେସ ସଭାପତି ଶ୍ରୀ ରାଜ କିଶୋର ସାହୁ ସମିତି ସଭ୍ୟ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିବେ । ବର୍ତମାନ ପରିସ୍ଥିତିରେ ଦଳର ସାଂଗଠନିକ କାର୍ଯ୍ୟ...